ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଥିବା ଓ୍ଵାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଉଭୟ ସରକାରୀ ଏବଂ ବେସରକାରୀ ଆଇଟିଆଇରୁ ୨ ବର୍ଷିଆ ଶିଳ୍ପ ତାଲିମ ଏବଂ ୩ ବର୍ଷିଆ ଡିପ୍ଲୋମା ତଥା ପ୍ଲସଟୁ ପାସ୍ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏଠାରେ ନିଯୁକ୍ତି-ଉପଯୋଗୀ ପାଠ୍ୟକ୍ରମ ସହ ଆଧୁନିକ ଲ୍ୟାବ୍ ଏବଂ ବିଦେଶରେ ଇଣ୍ଟର୍ନସିପ୍ ଭଳି ସୁଯୋଗ ରହିଛି।

ରାଜ୍ୟ ସରକାରଙ୍କ ସ୍କିଲ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଏହି ବିଶ୍ଵସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଠାରେ, ଆଗ୍ରହୀ ପ୍ରାର୍ଥୀମାନେ କିପରି ନାମ ଲେଖାଇ ପାରିବେ ତଥା ସେମାନଙ୍କୁ ମାଗଣାରେ କ’ଣସବୁ ସୁବିଧା ସୁଯୋଗ ଦିଆଯାଉଛି ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ଆଲୋଚନା ବେଳେ ଏ ବାବଦରେ ବିସ୍ତୃତ ଭାବେ ସୂଚନା ଦେଉଛନ୍ତି ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର  ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଏବଂ ବିଶ୍ଵ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ।

୨୮ ଜୁଲାଇ, ଶୁକ୍ରବାର ଦିନ ୧ଟାରେ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ।

Tags: #SkilledinOdisha #WorldSkillCenter #OSDA #OdishaSkillDevelopmentAuthority #OdishaLIVE

LEAVE A REPLY

Please enter your comment!
Please enter your name here