ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଛେନାପୋଡ଼ ଦିବସ। ନୟାଗଡ଼ ଜିଲ୍ଲା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟଠାରେ ମଧ୍ୟ ଛେନାପୋଡ଼ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

“ଛେନାପୋଡ଼ ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଜଡ଼ିତ। ନୟାଗଡ଼ ଜିଲ୍ଲାରୁ ବାହାରିଥିବା ଏହି ସୁଆଦିଆ ମିଠା ‘ଛେନାପୋଡ଼’ ଆଜି ସବୁ ଓଡ଼ିଆଙ୍କ ପ୍ରିୟ ପାଲଟିଛି। ନୟାଗଡ଼ର ଛେନାପୋଡ଼କୁ ଖୁବଶୀଘ୍ର ଜିଆଇ ଟ୍ୟାଗ ମାନ୍ୟତା ମିଳିବ ବୋଲି ଆଶା ରହିଛି”, କହିଛନ୍ତି ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

‘ଛେନାପୋଡ଼ ଦିବସ’ ଉପଲକ୍ଷେ ଓଡ଼ିଶାଲାଇଭ୍ କାର୍ଯ୍ୟାଳୟଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନୟାଗଡ଼ରୁ ଆସିଥିବା ଛେନାପୋଡ଼ କଟା ଯାଇଥିଲା। ଏଥିରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକଙ୍କ ସହିତ ନ୍ୟୁଜ, ଭିଡିଓ ପ୍ରଡକ୍ସନ ଏବଂ ଡିଜିଟାଲ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ। ପରସ୍ପରକୁ ଛେନାପୋଡ଼ ଖୁଆଇ ଏହି ବିଶେଷ ଦିବସର ଶୁଭେଚ୍ଛା ଜଣାଇଥିଲେ।

ଛେନାପୋଡ଼ର ସ୍ରଷ୍ଟା ସ୍ଵର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ ୧୧ ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି।

Tags: #Chhenapoda #NayagarhChhenapoda #ChhenapodaDibas #Celebration #OdishaLIVEOffice

LEAVE A REPLY

Please enter your comment!
Please enter your name here