ଓଡ଼ିଶାଲାଇଭ୍ ସ୍ପୋର୍ଟସ୍ ବ୍ୟୁରୋ

ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ପଦ୍ମିନୀ ରାଉତ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା ସାକ୍ଷାତକାର ସୋ’ – ‘ସ୍ପୋର୍ଟସ୍ ଟକ୍ ୱିଥ୍ ସମ୍ବିତ’ର ଦ୍ଵିତୀୟ ଅଧ୍ୟାୟରେ ଦେଖନ୍ତୁ ଅନ୍ତର୍ଜାତୀୟ ଚେସ୍ ତାରକା ପଦ୍ମିନୀ ରାଉତଙ୍କ କାହାଣୀ।

ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିବା ପଦ୍ମିନୀଙ୍କ ଚେସ୍ କ୍ୟାରିୟରରେ ରହିଛି ଅନେକ ରେକର୍ଡ। ୨୦୦୫ରେ ନାଗପୁରଠାରେ ଆୟୋଜିତ ୧୧ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଚେସ୍ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ ପଦ୍ମିନୀ। ଏହାଥିଲା ତାଙ୍କ ଚେସ୍ କ୍ୟାରିୟରର ପ୍ରଥମ ଜାତୀୟ ବିଜୟ।ଏହାପରେ ସେ ୨୦୧୪ରୁ ୧୦୧୭, ୪ ବର୍ଷ ଧରି ଜାତୀୟ ମହିଳା ଚେସ୍ ଚାମ୍ପିୟନସିପ୍‌ର ବିଜେତା ମଧ୍ୟ ରହିଥିଲେ। ଭାରତୀୟ ଜାତୀୟ ମହିଳା ଚେସ୍ ଟିମ୍ ତରଫରୁ ପଦ୍ମିନୀ ‘ମହିଳା ଚେସ୍ ଅଲିମ୍ପିୟାଡ୍‌’, ‘ୱାର୍ଲ୍ଡ ଟିମ୍ ଚେସ୍ ଚାମ୍ପିୟନସିପ୍‌’, ‘ୱିମେନସ୍ ଏସିଆ ଟିମ୍ ଚାମ୍ପିୟନସିପ୍‌’ରେ ଖେଳିଛନ୍ତି। ଚେସ୍‌ରେ ଇଣ୍ଟରନାସନାଲ ମାଷ୍ଟର ଟାଇଟାଲ ହାସଲ କରିଛନ୍ତି ପଦ୍ମିନୀ।

ଚେସ୍ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ପାଇଁ ୨୦୦୭ରେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ, ୨୦୦୯ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ ପଦ୍ମିନୀ।

Tags: #PadminiRout #Chess #SportsTalkWithSambit #ChessMasterPadminiRout #OdishaSports

LEAVE A REPLY

Please enter your comment!
Please enter your name here