ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

corona positive

  • ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍
  • ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୬୪୮
  • ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫

ଦେଶରେ ଅନବରତ ବଢ଼ିଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍ ଆସିଥିବା ବେଳେ ୬୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା  ୨୮ ହଜାର ୭୩୨ରେ ପହଁଚିଲାଣି। ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ  ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି। CGU new

ଦେଶରେ ମୋଟ ୧୧ ଲକ୍ଷ  ୯୨ ହଜାର ୯୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଲକ୍ଷ ୫୩ହଜାର ୪୯ ସୁସ୍ଥ ହୋଇଥିଲା ବେଳେ ୪ ଲକ୍ଷ ୧୧ ହଜାର ୧୩୩ ଆକ୍ଟିଭ କେସ ରହିଛି।

ସେହିପରି ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ହୋଇଛନ୍ତି। ବତ୍ତର୍ମାନ ସୁଦ୍ଧା ମହାରାଷ୍ଟ୍ରରେ ୩ ଲକ୍ଷ ୨୭ ହଜାର ୩୧ ଆକ୍ରାନ୍ତ ହୋଇଥିଲା ବେଳେ ୧୨ ହଜାର ୨୭୬ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତା’ ପଛକୁ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ରହିଛି।

Comment