ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ହାର ଏବେ ଧିରେ ଧିରେ କମିବାରେ ଲାଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୬୮ ପଜିଟିଭ୍। ସେମାନଙ୍କ ମଧ୍ୟରୁ ୧୦୪ ଜଣ ଆକ୍ରାନ୍ତଙ୍କ ବୟସ ୧୮ବର୍ଷରୁ କମ୍ ରହିଛି। ଯାହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସେପଟେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୭ଜଣ କ୍ଵାରେଣ୍ଟାଇନର ସେଣ୍ଟରର ହୋଇଥିବାବେଳେ ଆଉ ୩୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୫୨, ଯାଜପୁରରୁ ୪୫, ସମ୍ବଲପୁରରୁ ୩୯, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୮, ଅନୁଗୁଳ ଓ କେନ୍ଦ୍ରାପଡାରୁ ୨୬ଜଣ ଲେଖାଏଁ, ଜଗତସିଂହପୁରରୁ ୨୩, ନୟାଗଡ଼ ଓ ପୁରୀରୁ ୨୧ଜଣ ଲେଖାଏଁ, ଭଦ୍ରକରୁ ୧୯, ଢେଙ୍କାନାଳରୁ ୧୫, ବରଗଡ ଓ ସୁନ୍ଦରଗଡ଼ରୁ ୧୩ଜଣ ଲେଖାଏଁ, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୦, ବଲାଙ୍ଗୀରରୁ ୮, ଦେବଗଡ଼, ଝାରସୁଗୁଡା, ମାଲକାନଗିରି ଓ ନୂଆପଡାରୁ ୬ଜଣ ଲେଖାଏଁ, ଗଞ୍ଜାମରୁ ୩, କଳାହାଣ୍ଡି, ରାୟଗଡ଼ାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ।ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୫ହଜାର ୪୩୩କୁ ବୃଦ୍ଧି ଘଟିଛି। ଏଯାବତ୍‌ ୧୦, ୧୮୭ ଆକ୍ଟିଭ୍‌ କେସ୍‌ ରହିଛି।

ସେପଟେ ୧୮ ବର୍ଷରୁ କମ୍ ଆକ୍ରାନ୍ତଙ୍କୁ ନେଇ ବଢ଼ିଛି ଚିନ୍ତା। ରାଜ୍ୟରେ ପ୍ରାୟତଃ ୧୮ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ଟିକା ନେଇସାରିଥିବାବେଳେ, ଏହାଠାରୁ କମ୍ ବୟସ୍କ ଟିକା ନ ନେଇଥିବାରୁ ସେମାନଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି, “କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିୟରିଟି ଆଶଙ୍କା କମ୍ ରହିଛି। କିନ୍ତୁ ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର ସବୁ  ଖୋଲିଥିବାରୁ ସଂକ୍ରମଣ ପୁଣିଥରେ ବଢ଼ିବାର ଆଶଙ୍କା କରାଯାଉଛି। ତେଣୁ ସ୍କୁଲ ପରିସରରେ କୋଭିଡ୍ ପ୍ରୋଟୋକଲ ଉପରେ ଗୁରୁତ୍ଵ ଦେବାକୁ ହେବ। ଅଭିଭାବକ ଓ ଶିକ୍ଷକମାନଙ୍କୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ।”

ଅନ୍ୟପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ପ୍ରତିଦିନ ୬୦ରୁ ଊର୍ଦ୍ଧ୍ଵ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ସେହିପରି ଆଜିର ତଥ୍ୟ ଅନୁସାରେ ୬୬ଜଣଙ୍କ ଜୀବନ ନେଇଛି କରୋନା।

Comment