ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘଦିନ ପରେ କରୋନା ମାମଲାରେ ଦେଶବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଦେଶରେ ଦୈନିକ ସଂକ୍ରମଣ ହାର ୧୪୭ ଦିନ ପରେ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୩୮,୩୫୩ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାରିମଧ୍ୟରେ ୪୦ ହଜାର କରୋନା ସଂକ୍ରମିତ ସୁସ୍ଥ ହୋଇଥିଲା ବେଳେ ୪୯୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୩, ୮୬,୩୫୧, ଯାହା ଗତ ୧୪୭  ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ସେହିପରି ସୁସ୍ଥ ହାର ୯୭.୪୫ ପ୍ରତିଶତକୁ ବୃଦ୍ଧି ପାଇଛି।

୧୫ ଦିନରୁ ଅଧିକ ହେବ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା କମିଛିା ଗତ ୩ ମାସ ହେବ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ହୋଇଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘‘ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ୫୧.୫୧ ପ୍ରତିଶତ କେବଳ କେରଳରୁ ରହିଛନ୍ତି”।

କେରଳ ଓ ତାମିଲନାଡୁ ସମେତ ଦେଶବ୍ୟାପୀ ୯ଟି ରାଜ୍ୟର ୩୭ଟି ଜିଲ୍ଲାରେ ଗତ ୨ ସପ୍ତାହ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୧୧ଟି ରାଜ୍ୟର ୪୪ଟି ଜିଲ୍ଲାର ସାପ୍ତାହିକ ପଜିଟିଭିଟି ହାର ହାର ୧୦ ପ୍ରତିଶତ ଉପରେ ରହିଛି।

ସେହିପରି ଦେଶରେ ଦୈନିକ ହାରାହାରି ୪୯.୧୧ ଲକ୍ଷ ଡୋଜ୍‌ ଟିକା ନିଆଯାଉଛି। ଏବେ ସୁଦ୍ଧା ମୋଟ ୫୧.୪୫ କୋଟି ଡୋଜ୍‌ ଟିକା ଦିଆଗଲାଣି।

Comment