ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ହାରକୁ ନେଇ ଯେତିକି ଚିନ୍ତା ବଢ଼ିଛି ତା’ଠାରୁ ଅଧିକ ଭୟ ସୃଷ୍ଟି ହୋଇଛି ବଢ଼ୁଥିବା କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ। ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ ଜୀବନ ନେଇଛି କରୋନା। ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୮,୬୮୯କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହା ସହ ଭଦ୍ରକରୁ ଦୁଇଜଣ, ଜଗତସିଂହପୁରରୁ ଦୁଇଜଣ, ଗଞ୍ଜାମରୁ ଦୁଇଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଲେଖାଏଁ କୋଭିଡ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବାଲେଶ୍ଵର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୬୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧,୫୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧,୧୨୯ ଜଣ ଲୋକାଲ କଣ୍ଟାଟରୁ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪୩୫ ଜଣ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ଜଣ ଅଛନ୍ତି।

Comment