ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ଆଉ ଦରକାର ପଡ଼ିବନି କରୋନା ଟେଷ୍ଟ ରିପୋର୍ଟ। ଯାତ୍ରୀମାନେ ବିନା ରିପୋର୍ଟରେ ଓଡ଼ିଶା ଭିତରେ ପ୍ରବେଶ କରିପାରିବେ। ଏନେଇ ବୁଧବାର ସ୍ଵତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ, ଏହାକୁ ନିୟନ୍ତ୍ରରେ ରଖିବା ପାଇଁ ବାହାର ରାଜ୍ୟର ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସରକାର। ଆଜି ଏହି କଟକଣାକୁ ପ୍ରତ୍ୟାହର କରାଯାଇଛି।ଏଣିକି ଓଡ଼ିଶା ଆସିବାକୁ ଚାହୁଁଥିଲେ ଯାତ୍ରୀମାନେ ସାଙ୍ଗରେ କରୋନା ଟେଷ୍ଟ ରିପୋର୍ଟ ନେଇ ଆସିବା କିଛି ଆବଶ୍ୟକ ନାହିଁ। ଏଥିସହ ଆଣ୍ଟିଜେନ ଓ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖେଇବାକୁ ମଧ୍ୟ ପଡ଼ିବ ନାହିଁ। ଟିକାର ଦ୍ଵିତୀୟ ଡୋଜ୍ ପ୍ରମାଣ ପତ୍ର ସାଙ୍ଗରେ ନେଇ ଆସିବା ବି କିଛି ଦରକାର ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିସନର ଜାରି କରିଥିବା ନିର୍ଦ୍ଦେଶନାମାରେ  ପ୍ରକାଶ ପାଇଛି।

ଅନ୍ୟପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦୈନିକ ସଂକ୍ରମଣ ୧୫ଶହ ଭିତରେ ରହୁଛି। ଯଦି ସମସ୍ତେ କରୋନା କଟକଣାକୁ ସଠିକ୍ ଭାବରେ ମାନିବେ ତେବେ ଧିରେ ଧିରେ ଏହି ସଂଖ୍ୟାରେ ମଧ୍ୟ ହ୍ରାସ ଘଟିବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି।

Comment