ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ପିଲାଙ୍କଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍‌ ୧୨୮ ଜଣ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦୪୧ରେ ପହଞ୍ଚିଛି।

ଖୋର୍ଦ୍ଧାରୁ ସର୍ବାଧିକ ୩୯୮, ଅନୁଗୁଳରୁ ୨୯, ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, ବୌଦ୍ଧ ଜିଲ୍ଲାରୁ ୧, କଟକରୁ ୧୭୬, ଦେବଗଡ଼ରୁ ୭ , ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪୩, ଯାଜପୁରରୁ ୫୬, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୩୭, କେଉଁଝରରୁ ୧୨, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୩୬, ନୟାଗଡ଼ରୁ ୧୩ , ନୂଆପଡ଼ାରୁ ୧, ପୁରୀରୁ ୩୪, ରାୟଗଡ଼ାରୁ ୫, ସମ୍ୱଲପୁରରୁ ୯, ସୋନପୁରରୁ ୧,  ସୁନ୍ଦରଗଡ଼ରୁ ୧୩ ଷ୍ଟେଟ ପୁଲରୁ  ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୮ହଜାର ୧୮୭କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୧ ହଜାର ୩୧୬ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୯ହଜାର ୬୬୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସେହିପରି ୨୪ ଘଣ୍ଟା  ଭିତରେ ୬୬ହଜାର ୨୮୧ ଟି ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ରହିଛି ୧ ଦଶମିକ ୫୭ ପ୍ରତିଶତ।

Comment