ଓଡ଼ିଶାଲାଇଭ୍ ବ୍ୟୁରୋCoronavirus blood test

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ, ଏବେ ୦-୧୮ବର୍ଷ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ନେଇ ସମସ୍ତେ ଚିନ୍ତିତ। ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୧୩୮ ଆକ୍ରାନ୍ତଙ୍କ ବୟସ ୧୮ବର୍ଷରୁ କମ୍ ରହିଛି। ଏଥିସହ ୫୭୮ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୪୧୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ରାଜ୍ୟରେ ୧୮ ବର୍ଷରୁ କମ୍ ବୟସ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅଗଷ୍ଟ ୧୪ରୁ ସରକାର ଦୈନିକ କରୋନା ରିପୋର୍ଟରେ ସେହି ବର୍ଗର ତଥ୍ୟ ପ୍ରଦାନ କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ ଅଗଷ୍ଟ ୧୪ରେ ରାଜ୍ୟରୁ ୦-୧୮ ବର୍ଷ ବର୍ଗର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ ରହିଥିବା ବେଳେ ଅଗଷ୍ଟ ୧୫ରେ ଥିଲା ୧୦୪। ସେହିପରି ଅଗଷ୍ଟ ୧୬ରେ ୯୬ ଜଣ, ଅଗଷ୍ଟ ୧୭ରେ ୧୩୮ ପଜିଟିଭ୍ ଚିହ୍ନଟ ହୋଇଥିଲେ।corona tikka-1୧୮ବର୍ଷରୁ ଅଧିକ ବୟସ୍କମାନେ ଟିକା ନେଇସାରିଥିବାବେଳେ ତା’ଠାରୁ କମ୍ ବୟସ୍କଙ୍କୁ ଟିକା ଦିଆନଯାଇଥିବାରୁ ସେମାନଙ୍କ ସଂକ୍ରମଣ ସମ୍ଭାବନା ଅଧିକ ରହିଥିବା ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ଆଶ୍ଵସ୍ତିକର ବିଷୟ ଏହା ଯେ, କରୋନାରେ ଆକ୍ରାନ୍ତ ଶିଶୁମାନଙ୍କ କ୍ଷେତ୍ରରେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ଦେଖାଯାଉନାହିଁ। ଖାଲି ଓଡ଼ିଶା ନୁହେଁ ରିପୋର୍ଟ ଅନୁସାରେ ଦେଶର ବିଭିନ୍ନ ରାଜ୍ୟରୁ ଏବେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ପଜିଟିଭ୍ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬ରେ ପହଁଚିଛି। ସେହିପରି ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ହଜାର ୮୬କୁ ବୃଦ୍ଧି ପାଇଛି।corona positiveଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ୧୮, ବାଲେଶ୍ୱରରୁ ୩୦, ବରଗଡ଼ରୁ ୧୦, ଭଦ୍ରକରୁ ୧୨, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧, କଟକରୁ ୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩୨, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫୧, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୦, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୧, ପୁରୀରୁ ୨୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୧, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୮,  ଷ୍ଟେଟପୁଲରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ହାର କମ୍ ହେଉଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ରାଜ୍ୟରୁ ଆଉ ୬୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ କଟକରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୭, ଅନୁଗୁଳ ଓ ବାଲେଶ୍ୱରରୁ ୫ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ପୁରୀରୁ ୨ ଜଣ ରହିଛନ୍ତି।

Comment