ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ହଜାର ୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୨ ହଜାର ୨୨୬ ଜଣ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼। ଏଠାରେ ୧୧ ଶହ ୪୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧ କେନ୍ଦ୍ରରୁ ୪ ହଜାର ୧୨୮ ଜଣ ଏବଂ ଲୋକାଲ କଣ୍ଟାକ୍ଟର ୨ ହଜାର ୯ଶହ ୪୩ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍  ୭୦୭ ଜଣ ପିଲା ରହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୨୭ ହଜାର ୨୧୬ଟି ଆକ୍ଟିଭ କେସ୍ ରହିଛି। ଆଜିର ନୂଆ କରୋନା ଅକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ  ୮୨ ହଜାର ୭୬୯ରେ ପହଞ୍ଚିଛି। କରୋନା ପଜିଟିଭ ହୋଇଥିବା ୧୦ ଲକ୍ଷ ୪୭ ହଜାର ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାକୁ ଛୁଇଁଛି କରୋନା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣରେ ଦ୍ଵିତୀୟ ଜିଲ୍ଲା ରହିଛି ସୁନ୍ଦରଗଡ ଓ ତୃତୀୟ ସ୍ଥାନରେ ରହିଛି ସମ୍ବଲପୁର ୬୦୯ ଜଣ। ଏହା ପଛକୁ ରହିଛି କଟକ ୫୦୫ ଜଣ। ଷ୍ଟେଟପୁଲ ୪୮୬ ଜଣ, ମୟୁରଭଞ୍ଜରୁ ୨୦୧ ଜଣ, ବାଲେଶ୍ଵରରେ ୧୯୮ ଜଣ,  ବଲାଙ୍ଗିରର ୧୯୦, ଝାରସୁଗୁଡ଼ା ୧୪୩, ଯାଜପୁର ୧୩୦ ଜଣ ରହିଛନ୍ତି।

ଏହା ସହ ଗଞ୍ଜାମ ଜିଲ୍ଲାର ୧୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ ୧୦୭ ଜଣ, ନବରଙ୍ଗପୁର ୯୫, ବରଗଡ଼ ୮୫ ଜଣ, ଅନୁଗୁଳ ୮୩, କଳାହାଣ୍ଡି ୭୩ ଜଣ, କେନ୍ଦୁଝର ୬୫, ସୋନପୁର ୬୧ ଜଣ, ଜଗତସିଂହପୁର ୬୦ ଜଣ ରହିଛନ୍ତି। ସେହିପରି ଢ଼େଙ୍କାନାଳରେ ୫୫ ଜଣ, ଭଦ୍ରକ ୫୪ ଜଣ, ଗଜପତି ୪୫ ଜଣ, ନୂଆପଡ଼ା ୩୬ ଜଣ, ନୟାଗଡ଼ ୩୫ ଜଣ, କେନ୍ଦ୍ରାପଡ଼ା ୨୭ ଜଣ, ନୂଆପଡ଼ା ୨୬ ଜଣ, ବୌଦ୍ଦ ୨୦ ଜଣ, ଦେଓଗଡ଼ ଓ କନ୍ଧମାଳ ଜିଲ୍ଲାରେ ୧୮ ଜଣ ଲେଖାଏଁ ଏବଂ ମାଲକାନଗିରିର ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment