ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ରାଜ୍ୟରୁ ୮,୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ
  • ଖୋର୍ଦ୍ଧାରୁ ସର୍ବାଧିକ ୨,୬୧୫ ଜଣ ଓ ସୁନ୍ଦରଗଡ଼ରୁ ୧,୨୫୨ ଜଣ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮,୭୭୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୨୪୨ରେ ପହଞ୍ଚିଛି। ଜାନୁଆରି ୫ ତାରିଖ ଦିନ ରାଜ୍ୟରେ କରୋନାର ଆକ୍ଟିଭ୍ କେସ୍ ୫,୭୩୯ ରହିଥିଲା। ମାତ୍ର ଗୋଟିଏ ସପ୍ତାହରେ ଏହା ୭ ଗୁଣା ବୃଦ୍ଧି ପାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ମଙ୍ଗଳବାର ରାଜ୍ୟରୁ ଚିହ୍ନଟ ହୋଇଥିବା ୮,୭୭୮ ଜଣ ଆକ୍ରାନଙ୍କ ମଧ୍ୟରୁ ୫,୦୯୬ ଜଣ କ୍ଵାରେଣ୍ଟିନ୍‌ରୁ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୩,୬୮୨। ସେହିପରି ୧୮ ବର୍ଷରୁ କମ୍ ବୟସର ୭୯୨ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଛନ୍ତି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ବାହିରିଛନ୍ତି। ଏଠାରୁ ୨,୬୧୫ ଜଣ କରୋନା ପଜିଟିଭ୍ ବାହାରିଥିବା ବେଳେ ଦ୍ଵିତୀୟ ସର୍ବାଧିକ ଜିଲ୍ଲା ଭାବେ ସୁନ୍ଦରଗଡ଼ରୁ ୧,୨୫୨ ଆକ୍ରାନ୍ତ ରହିଛନ୍ତି। ଏହାପରେ କଟକ ଜିଲ୍ଲାରୁ ୭୬୬ ଜଣ, ସମ୍ଵଲପୁରରୁ ୫୯୬ ଜଣ, ମୟୂରଭଞ୍ଜରୁ ୩୩୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କେସ୍ ରହିଛି।ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦ ଲକ୍ଷ ୪୭ ହଜାର ୭୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment