ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ମହାରାଷ୍ଟ୍ରର। ସେ ନାଇଜେରିଆରୁ ପେରିଥିଲେ। ଦୀର୍ଘଦିନ ଧରି ସେ ଡାଇବେଟିସରେ ପୀଡିତ ଥିଲେ। ଅସୁସ୍ଥ ହୋଇ ସେ ମହାରାଷ୍ଟ୍ରର ପିମ୍ପରି ଛିଞ୍ଚଓ୍ଵାଡ ମ୍ୟୁନିସିପାଲ କର୍ପୋରେସନର ୟସଓ୍ଵନ୍ତରାଓ ଚୌହ୍ଵାନ ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିନଥିଲା। ତାଙ୍କର ଜିନମ ସିକୁଏନ୍ସି ରିପୋର୍ଟ ଆସିବା ପରେ ସେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ମହାରାଷ୍ଟ୍ର ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ରୁତଗତିରେ ମାଡ଼ିଚାଲିଛି। ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଓମିକ୍ରନ ପୂର୍ବ ଭ୍ୟାରିଏଣ୍ଟ ଡେଲ୍ଟା ତୁଳନାରେ ଅଧିକ କ୍ଷତିକାରକ ନୁହେଁ ବୋଲି ପୂର୍ବରୁ କୁହାଯାଉଛି। କିନ୍ତୁ ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଲୋକଙ୍କ ମନରେ ଛନକା ପଶିଲାଣି।

Comment