ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମର ତିନସୁକିଆ ଜିଲ୍ଲାରେ ଥିବା ଅଏଲ ଇଣ୍ଡିଆ କମ୍ପାନିର ବାଗଜାନ ତୈଳ କୂପରେ ଲାଗିଥିବା ନିଆଁକୁ କାବୁ କରାଯାଇପାରୁନାହିଁ। ଗତ ୧୪ ଦିନ ହେଲା ନିଆଁ ଲାଗିଥିବା ବେଳେ ଏହା ଆଖପାଖ ଗାଁକୁ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ନିଆଁ ଏତେ ଭୟଙ୍କର ରୂନ ଧାରଣ କରିଛି ଯେ ନିଆଁ ଲିଭାଇବା ପାଇଁ ସେନା ମୁତୟନ କରାଯାଇଛି। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ ମଧ୍ୟ କରାଯାଇଛି।

ଏହି ଘଟଣାରେ ୭୦୦୦ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଆସାମ ସରକାର ସେମାନଙ୍କୁ କ୍ଷତିପୂରଣ ଘୋଷଣା କରିଛନ୍ତି। ଆସାମ ଶିଳ୍ପ ମନ୍ତ୍ରୀ ଚନ୍ଦ୍ର ମୋହନ ପାଟୋୱାରୀ ସଂପୃକ୍ତ ଅଞ୍ଚଳକୁ ଯାଇ ଘଟଣାର ସମୀକ୍ଷା କରିଛନ୍ତି।

ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା। ଏବେ ସେଥିରେ ନିଆଁ ଲାଗି ଆଖପାଖ ଗାଁକୁ ମଧ୍ୟ ବ୍ୟାପିଲାଣି। ଏମିତିକି ପାଖ ଏକ ଜଙ୍ଗଲରେ ମଧ୍ୟ ନିଆଁ ଲାଗିସାରିଲାଣି।

Comment