ଓଡ଼ିଶାଲାଇଭ ବ୍ୟୁରୋ

  • ୪ ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ
  • ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ, ପୁଡୁଚେରୀରେ ନିର୍ବାଚନ
  • ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିସନର ସୁନିଲ ଅରୋରା ସାମ୍ବାଦିକ ସମ୍ମଳନୀ କରି ନିର୍ବାଚନ ତାରିଖ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ

ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବ। ୧ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ୬ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ଭୋଟ ହେବ।

  • ନିର୍ବାଚନ ବିଜ୍ଞପ୍ତି:୨ ମାର୍ଚ୍ଚ
  • ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ: ମାର୍ଚ୍ଚ ୯
  • ପ୍ରାର୍ଥିପତ୍ର ଯାଞ୍ଚ: ୧୦ ମାର୍ଚ୍ଚ
  • ପ୍ରତ୍ୟାହାର ତାରିଖ: ୧୨ ମାର୍ଚ୍ଚ
  • ମତଦାନ ତାରିଖ: ମାର୍ଚ୍ଚ ୨୭

କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ

କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବ।

ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ନିର୍ବାଚନ

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୨୭ ପ୍ରଥମ ପର୍ଯ୍ୟାୟ, ୧ରେ ଦ୍ୱିତୀୟ, ୬ରେ ତୃତୀୟ, ୧୦ରେ ଚତୁର୍ଥ, ୧୭ରେ ପଞ୍ଚମ, ୨୨ରେ ଷଷ୍ଠ, ୨୬ରେ ସପ୍ତମ, ୨୯ରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ହେବ।

ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ଭୋଟ୍

  • ନିର୍ବାଚନ ବିଜ୍ଞପ୍ତି: ମାର୍ଚ୍ଚ ୧୨
  • ପ୍ରାର୍ଥିପତ୍ର ଶେଷ ତାରିଖ: ୧୯ମାର୍ଚ୍ଚ
  • ପ୍ରତ୍ୟାହାର ତାରିଖ: ୨୨ ମାର୍ଚ୍ଚ
  • ପ୍ରାର୍ଥିପତ୍ର ଯାଞ୍ଚ : ୨୮ ମାର୍ଚ୍ଚ
  • ମତଦାନ ତାରିଖ: ଏପ୍ରିଲ ୬

 ମେ’୨ରେ ରେଜଲ୍ଟ

ମେ’ ୨ ତାରିଖରେ ୪ ରାଜ୍ୟ ଓ ପୁଡୁଚେରୀର ନିର୍ବାଚନ ଫଳାଫଳ ଆସିବ।

‘‘କରୋନା ମହାମାରୀ ବହୁତ ନୂଆ କଥା ଶିଖାଇଛି। କରୋନା କାଳରେ ନିର୍ବାଚନ କରିବା ଏକ ଚାଲେଞ୍ଜ। ତେଣୁ ମତଦାତାଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ। ସବୁ ବୁଥ୍‌ରେ କରୋନା ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ। ମାସ୍କ, ସାନିଟାଇଜର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ କରାଯିବ। ସାମାଜିକ ଦୂରତା ରକ୍ଷା କରି ଭୋଟ ଗ୍ରହଣ ହେବ’’, କହିଛନ୍ତି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଅରୋରା।

‘‘୨.୬ ଲକ୍ଷ ବୁଥରେ ମତଦାନ ହେବ। ୧୮.୬୮ କୋଟି ଭୋଟର ମତ ସାବ୍ୟସ୍ତ କରିବେ। ୪ ରାଜ୍ୟ ଓ ପୁଡୁଚେରୀର ସବୁ ପୋଲିଂ କର୍ମଚାରୀଙ୍କୁ ଟିକା ଦିଆଯିବ। ନିର୍ବାଚନ ପୂର୍ବରୁ ଟିକାକରଣ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି’’, କହିଛନ୍ତି ସୁନିଲ ଅରୋରା।

୫ ଜଣ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନ

ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀଙ୍କ ସମେତ ପାଞ୍ଚ ଜଣଙ୍କୁ ଡୋର ଟୁ ଡୋର କ୍ୟାମ୍ପେନ ପାଇଁ ଅନୁମତି ଦିଆଯିବ। ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ସିଆରିପିଏଫ୍‌ ଯବାନ ନିୟୋଜିତ ହେବ। କଠୋର ସୁରକ୍ଷା ବ୍ୟବସ୍ଥା କରାଯିବ। ସମସ୍ତ ସମ୍ବେଦନଶୀଳ ବୁଥରେ ସିଆରିପିଏଫ୍‌ କର୍ମଚାରୀ ନିୟୋଜିତ ହେବେ। ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ ପାଇଁ ଏକ ଅନଲାଇନ୍ ସୁବିଧା ମଧ୍ୟ ରହିବ। ମତଦାନ ସମୟ ୧ ଘଣ୍ଟା ବୃଦ୍ଧି କରାଯିବ ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି।

କେଉଁଠି କେତେ ସିଟ୍‌?

  • ପଶ୍ଚିମବଙ୍ଗରେ ୨୯୪ ଆସନ
  • ତାମିଲନାଡୁରେ ୨୩୪ ଆସନ
  • ପୁଡୁଚେରିରେ ୩୩ ଆସନ
  • କେରଳରେ ୧୪୦ ଆସନ
  • ଆସାମରେ ୧୨୬

Comment