ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମର ମୁଖ୍ୟମନ୍ତ୍ରୀ ଭାବେ  ସୋମବାର  ଶପଥ ନେଇଛନ୍ତି ହିମନ୍ତ ବିଶ୍ୱ ଶର୍ମା। ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀଶ ମୁଖୀ। ହିମନ୍ତଙ୍କ ସହିତ ଅନ୍ୟ ୧୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ।

୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ପ୍ରକାଶ ପାଇବା ଆସାମକୁ ବାଦ ଦେଇ ଅନ୍ୟ ସମସ୍ତ ରାଜ୍ୟରେ ବିଜୟୀ ଦଳର ନିର୍ବାଚିତ ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ। କିନ୍ତୁ ଆସାମରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେଥିନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ରବିବାର ମୁଖ୍ୟମନ୍ତ୍ରୀ ରହିସାରିଥିବା ସର୍ବାନନ୍ଦ ସୋନଓ୍ୱେଲ ଓ ହିମନ୍ତ ବିଶ୍ୱ ର୍ଶମା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ବୈଠକ ପରେ ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଥିଲା।

ହିମନ୍ତ ବିଶ୍ୱ ଶର୍ମା ତାଙ୍କର ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ କରିଥିଲେ। ୨୦୦୧ରୁ ୨୦୧୫ପର୍ଯ୍ୟନ୍ତ ସେ ଜାଲୁକବାରୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହିମନ୍ତ ଏହି ଆସନରୁ ୧୫ ବର୍ଷ ଧରି ବିଧାୟକ ରହିଆସିଛନ୍ତି। ୨୦୧୬ରେ ସେ ବିଜେପିରେ ମିଶିଥିଲେ।

LEAVE A REPLY

Please enter your comment!
Please enter your name here