ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦୀ ସରକାର ୨୦୨୧-୨୨ ସାଧାରଣ ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ୪ ରାଜ୍ୟର ‘ରୋଡ୍‌ ଇନଫ୍ରାଷ୍ଟକଚର’ ପାଇଁ ୨.୨୭ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

  • ପଶ୍ଚିମବଙ୍ଗରେ ୬୭୫ କିଲୋମିଟର ନୂଆ ରାଜପଥ ନିର୍ମାଣ ପାଇଁ ଘୋଷଣା।
  • ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି।
  • କୋଲକାତା ସିଲିଗୁଡ଼ି ରାସ୍ତାର ହେବା ଉନ୍ନତିକରଣ।
  •  ଆସାମରେ ୧୩୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି ଘୋଷଣା।
  •  ତାମିଲନାଡୁରେ ରାଜପଥ ପାଇଁ ୧ ଲକ୍ଷ କୋଟି।
  • କେରଳରେ କନ୍ୟା କୁମାରୀ କରିଡର ପାଇଁ ୩୫ ହଜାର କୋଟି।

ଏହି ୪ ରାଜ୍ୟରେ ଏପ୍ରିଲ କିମ୍ବା ମେ’ ମାସରେ ବିଧାନସଭା ନିର୍ବାଚନ ହୋଇପାରେ। ଏଥିପାଇଁ ରାଜ୍ୟ ରାଜନୀତି ଏବେଠାରୁ ସରଗରମ ହୋଇଛି। ଏହି ରାଜ୍ୟରେ ବିଜେପି ନିର୍ବାଚନୀ ଲଢ଼େଇ ଜିତିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛି। ଏହି ରାଜ୍ୟବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ବଜେଟରେ ମୋଦୀ ସରକାର ସ୍ପେଶାଲ ଘୋଷଣା କରିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here