ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ରୋବୋର୍ଟକୁ ମିଳିଲା ବ୍ୟାଙ୍କ ଲୋନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏହିଭଳି ଘଟଣା ଘଟିଛି କେରଳର କୋଚିଠାରେ।

ସୂଚନା ଅନୁସାରେ କେରଳର କୋଚିଠାରେ ଥିବା ଏଏସଆଇଏମଓଭି ରୋବୋଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ରୋବୋର୍ଟ ନିର୍ମାଣ ଲାଗି ଫେଡେରାଲ ବ୍ୟାଙ୍କରେ ଲୋନ୍ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ ପକ୍ଷରୁ ସମସ୍ତ ଯାଞ୍ଚ କରାଯିବା ପରେ ଏହି କମ୍ପାନିକୁ ଲୋନ ମଞ୍ଜୁର କରାଯାଇଥିଲା। ଲୋନ ସମ୍ବନ୍ଧିତ କାଗଜପତ୍ର ଆଣିବା ପାଇଁ କମ୍ପାନି କର୍ତ୍ତୃପକ୍ଷ ନିଜ କମ୍ପାନି ଦ୍ଵାରା ପ୍ରସ୍ତୁତ ‘ସାୟାବୋଟ’ ନାମକ ରବୋର୍ଟକୁ ବ୍ୟାଙ୍କକୁ ପଠାଇଥିଲେ। ରୋବର୍ଟଟି ଜଣେ ମହିଳା ଭଳି ଶାଢ଼ି ପିନ୍ଧି ଫେଡେରାଲ ବ୍ୟାଙ୍କର କୋଚି ଶାଖାରେ ପହଞ୍ଚିଥିଲା। ରୋବର୍ଟକୁ ଦେଖି ବ୍ୟାଙ୍କ କର୍ମଚାରୀମାନେ ରୁଣ୍ଡ ହୋଇଥିଲେ।

ରୋବର୍ଟ ସାୟାବୋଟ ହାତ ହଲାଇ ବ୍ୟାଙ୍କ କର୍ମଚାରୀମାନଙ୍କୁ “ହାଏ” କହିବା ସହ ଆର୍ଥି ସହାୟତା ଯୋଗାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଥିଲା। ପରେ ବ୍ୟାଙ୍କର ଜଣେ ମହିଳା ଅଧିକାରୀ ସାୟାବୋଟକୁ ଲୋନ ସମ୍ପର୍କିତ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଥିଲେ।

Tags: #Robot #Sayabot #BankLoan

Comment