ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଋଣ ପ୍ରଦାନ ପରିମାଣ ବୃଦ୍ଧି କରାଯିବା ଦରକାର ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ। ଋଣ ଲିଙ୍କେଜକୁ ବେଇ ବ୍ୟାଙ୍କ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଏକଥା କହିଛନ୍ତି।

‘‘ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାୟୀ ବ୍ୟବସାୟିକ ବ୍ୟାଙ୍କ ସେମାନଙ୍କର ଋଣ ପ୍ରଦାନ କ୍ଷମତାର ୧୮ ପ୍ରତିଶତ ପର୍ଯ୍ୟନ୍ତ ଋଣ କୃଷି କ୍ଷେତ୍ରକୁ ଦେବା ଉଚିତ। ଅନ୍ୟ ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଓ ପଞ୍ଜାବରେ ଏହା ହେଉଛି’’ କହିଛନ୍ତି ଅରୁଣ ସାହୁ।

ଓଡ଼ିଶା ସରକାରଙ୍କ ପକ୍ଷରୁ କୃଷି ଋଣ ଉପରେ ୩ ପ୍ରତିଶତ ସବସିଡି ଦିଆଯାଉଛି, ଯାହା ଫଳରେ କି ଚାଷୀମାନେ ସେମାନଙ୍କର ଆୟ ବୃଦ୍ଧି କରିପାରିବେ। ଏଣୁ ଓଡ଼ିଶାରେ ବ୍ୟାଙ୍କଗୁଡ଼ିକ ବି ସେଭଳି କିଛି କରି ଦେଖାଇବା ଦରକାର ବୋଲି ସେ ବୈଠକରେ ମତ ପ୍ରକାଶ କରିଥିଲେ।

Comment