ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିଗ୍ରୀ କଲେଜ ଅଧ୍ୟାପକଙ୍କ ଛୁଟିରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏଣିକି ସେମାନେ ମନଇଚ୍ଛା କୁଆଡ଼େ ଛୁଟିରେ ଯାଇ ପାରିବେନି। ଛୁଟିରେ ଯିବା ପୂର୍ବରୁ ସେମାନେ କଲେଜ ଅଧ୍ୟକ୍ଷଙ୍କ ଅନୁମତି ନେବେ। ଅଧ୍ୟକ୍ଷ ଛୁଟି ଦରଖାସ୍ତକୁ ମଞ୍ଜୁର କରିବା ପରେ ହିଁ ସେମାନେ ଛୁଟି ନେଇ ପାରିବେ।

ଭୁବନେଶ୍ୱରରେ ଶନିବାର ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ଦକ୍ଷତା ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ସେହିପରି ବାୟୋମେଟ୍ରିକ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ସମେତ ଗୁଣାତ୍ମକ ଶିକ୍ଷାର ବିକାଶ କିପରି ହୋଇପାରିବ ସେନେଇ ଅଧ୍ୟାପକମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ଅଧ୍ୟକ୍ଷମାନଙ୍କୁ ସଚିବ କହିଛନ୍ତି। ୫-ଟି ଏବଂ ମୋ ସରକାରକୁ କଲେଜ ସ୍ତରରେ ଗୁରୁତ୍ୱ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

‘‘କଲେଜ ଅଧ୍ୟକ୍ଷମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏହି ଦାୟିତ୍ୱ ଉପରେ ସେମାନେ ଅଧିକ ସଚେତନ ହେବା ଆବଶ୍ୟକ। ଉଚ୍ଚଶିକ୍ଷା କ୍ଷେତ୍ର କିପରି ଅଧିକ ଶୃଙ୍ଖଳିତ ହୋଇପାରିବ ସେ ଉପରେ ଆମେ ଅଧିକ ଧ୍ୟାନ ଦେଉଛୁ’’, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ।

Comment