ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହରାଞ୍ଚଳ ଭଳି ଗାଁ ଜମିକୁ ଏଣିକି ମିଳିପାରିବ ବ୍ୟାଙ୍କ ଲୋନ୍‌।

କରୋନା ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସବୁ ସରପଞ୍ଚମାନଙ୍କ ସହ ଆଲୋଚନା କରି ମୋଦୀ ‘ସ୍ୱାମୀତ୍ୱ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଗ୍ରାମବାସୀଙ୍କୁ ସେମାନଙ୍କ ଜମିର ପ୍ରମାଣପତ୍ର ମିଳିବା ସହ ବ୍ୟାଙ୍କରୁ ୠଣ ମଧ୍ୟ ସହଜରେ ମିଳିପାରିବ ବୋଲି ମୋଦୀ କହିଛନ୍ତି।

ଗାଁରେ ଜମିବାଡ଼ିକୁ ନେଇ ଲୋକଙ୍କ ଭିତରେ ଝଗଡ଼ା ଲାଗିଥାଏ। ଏହି ଝଗଡ଼ା କିଛି ସ୍ଥାନରେ ଚରମସୀମାରେ ପହଞ୍ଚିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଲାଗୁ ହେଲେ ଜମିବାଡ଼ିକୁ ନେଇ ଯେଉଁ ବିବାଦ ରହିଛି ତାହା ସମାଧାନ ହୋଇଯିବ।

ଗାଁରେ ଥିବା ଜମିକୁ ଡ୍ରୋନ୍‌ ସହାଯ୍ୟରେ ମ୍ୟାପିଂ କରାଯିବ। ଯାହାର ଯେତିକି ଜମି ସେହି ଅନୁସାରେ ସେମାନଙ୍କୁ ପ୍ରମାଣପତ୍ର ମିଳିବ। ଏହି ପ୍ରମାଣପତ୍ର ଦେଖାଇ ବ୍ୟାଙ୍କରୁ ଲୋକ ୠଣ ଆଣିପାରିବେ। ଏହାସହ ଗାଁର ବିକାଶମୂଳକ କାମ ତ୍ୱରାନ୍ୱିତ ହୋଇପାରିବ।

ପୂର୍ବରୁ ଗାଁ ଜମିକୁ ବ୍ୟାଙ୍କରୁ ୠଣ ମିଳୁ ନଥିଲା। କେବଳ ସହରାଞ୍ଚଳରେ ଥିବା ଜମିକୁ ବ୍ୟାଙ୍କ ଲୋନ୍‌ ଦେଉଥିଲା। ସ୍ୱାମୀତ୍ୱ ଯୋଜନା ବଳରେ ଗାଁ ଜମି ଦେଖାଇ ଲୋକେ ବ୍ୟାଙ୍କରୁ ୠଣ ଆଣିପାରିବେ। ୠଣ ଆଣିବା ସେମାନଙ୍କ ପାଇଁ ସହଜ ହେବ।

Comment