ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ଗ୍ରାଫ୍ ଦିନକୁ ଦିନ ଖସୁଥିବା ବେଳେ ଧୀରେ ଧୀରେ ସବୁକିଛି ସ୍ଵାଭାବିକ ହେବାରେ ଲାଗିଛି। ତେଣୁ ଫେବ୍ରୁଆରି ୧୦ ତାରିଖରୁ ରାଜ୍ୟରେ ପିଜି ଏବଂ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

କରୋନା ଭିତରେ ରାଜ୍ୟରେ କଲେଜ ଖୋଲୁଥିବାରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ପିଲାମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାସହ ଶ୍ରେଣୀଗୃହ, ପାଠାଗାର ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବ।

ସେହିପରି ୟୁଜି ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି। ୟୁଜି ୩ୟ ସେମିଷ୍ଟାର ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ଯାଏ ଚାଲିବ। ମେ ୩୧ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ସେହିପରି ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ୍ ୭ରୁ ଜୁନ୍ ୧୯ ଯାଏ ଚାଲିବ। ପିଜି ପ୍ରଥମ ସେମିଷ୍ଟାର ଫଳାଫଳ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ।

Comment