ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୧ରୁ ୟୁଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠ ପଢ଼ିବେ। ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପିଲାମାନଙ୍କର ମଧ୍ୟ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ କରୋନା ସଂକ୍ରମଣ କମିଥିବାରୁ ଶିକ୍ଷା କ୍ଷେତ୍ରରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

କୋଭିଡ କଟକଣା ଭିତରେ ନୂଆ କରି ଆଡମିସନ କରିଥିବା ଛାତ୍ରଛାତ୍ରୀମାନେ କଲେଜ ଆସିବେ। ପିଲାମାନେ କିଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ପାଠପଢିବେ ସେନେଇ କଲେଜ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ସେହିପରି ହଷ୍ଟେଲଗୁଡିକୁ ମଧ୍ୟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି।

କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଦୀର୍ଘ ଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା। କିନ୍ତୁ ଏବେ ସ୍ଥିତିରେ କିଛିଟା ସୁଧାର ଆସିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲା ଯାଉଛି।

Comment