ଓଡ଼ିଶାଲାଇଭ୍‌ ବ୍ୟୁରୋUG-PG last semester

ଅଣ୍ଡର ଗ୍ରାଜୁଏଟ୍(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି)ର ଫାଇନାଲ ପରୀକ୍ଷା ପାଇଁ ଥିବା ଡେଡଲାଇନ ଅକ୍ଟୋବର ୧୦ କରାଯାଉ। ବୁଧବାର ରାଜ୍ୟ ସରକାର ୟୁଜିସିକୁ ଏହି ଅନୁରୋଧ କରିଛନ୍ତି।  ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଟୁଇଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରାଯାଇଛି।

ସେପ୍ଟେମ୍ଵର ୩୦ ସୁଦ୍ଧା ୟୁଜି, ପିଜି ଫାଇନାଲ ପରୀକ୍ଷା ଶେଷ କରିବାକୁ ଜୁଲାଇ ୬ରେ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଓଡ଼ିଶା ସମେତ ଅନେକ ରାଜ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। କିନ୍ତୁ ସେପ୍ଟେମ୍ଵର ୩୦ ତାରିଖ ମଧ୍ୟରେ ୟୁଜି ଓ ପିଜି ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ।

ଯଦି କେଉଁ ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ରହିଛି, ତେବେ ସେମାନେ ୟୁଜିସିଠାରୁ ପରାମର୍ଶ ନେଇ ଅନ୍ୟ ଏକ ତାରିଖରେ ପରୀକ୍ଷା କରାଇପାରିବେ ବୋଲି କୋର୍ଟ କହିଥିଲେ। କୋର୍ଟଙ୍କ ଏହି ରାୟ ପରେ ପରୀକ୍ଷା ଘୁଞ୍ଚାଇବାକୁ ଆଜି ୟୁଜିସିକୁ ଚିଠି ଲେଖା ଯାଇଛି।

Comment