ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର କୁନି ଝିଅ ପରୀ ହତ୍ୟା ମାମଲାରେ ବୁଧବାର କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ପରୀକୁ ନ୍ୟାୟ ମିଳିବା ସହ ଘଟଣା ପଛର ସତ୍ୟ ଉନ୍ମୋଚନ ହେଉ ବୋଲି କହିଛନ୍ତି ଅରୁଣ।

“ଭଗବାନ ଏବଂ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ପରୀକୁ ନ୍ୟାୟ ମିଳୁ। ସତ୍ୟର ଉନ୍ମୋଚନ ହେଉ”, କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ।

ପରୀ ହତ୍ୟା ମାମଲାରେ ଅରୁଣ ସାହୁ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଥିବା ନେଇ ପରୀର ବାପା-ମା’ ପୂର୍ବରୁ ଅଭିଯୋଗ କରିଥିଲେ। ସେମାନଙ୍କର ଏହି ଅଭିଯୋଗ ପରେ ବିରୋଧୀଙ୍କ ଟାର୍ଗେଟ ଆସିଥିଲେ ମନ୍ତ୍ରୀ ଅରୁଣ ସାହୁ। ପ୍ରଥମେ ଅରୁଣଙ୍କ ଇସ୍ତଫା ଏବଂ ପରେ ତାଙ୍କୁ ବହିଷ୍କାର କରିବା ନେଇ ବିରୋଧୀମାନେ ଅନେକଥର ଦାବି କରିଆସୁଛନ୍ତି।

Comment