ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳନ କରାଯାଏ ଏହି ପବିତ୍ର ଦିନଟି। ଚାଷୀକୂଳ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ଵ ବହନ କରିଥାଏ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାକୁ କୃଷକଙ୍କ ପର୍ବ ବୋଲି ମଧ୍ୟ କୁହାଯାଏ।

ମଙ୍ଗଳବାର କୃଷିମନ୍ତ୍ରୀ ଅରୁଣ ସାହୁ ବିଲରେ ହଳ କରି ଅଖିମୁଠି ଅନୁକୂଳ କରିଛନ୍ତି। ଭୁବନେଶ୍ଵର ବରମୁଣ୍ଡାରେ କୃଷି ଯନ୍ତ୍ରପାତି ତାଲିମ କେନ୍ଦ୍ରରେ ରାଜ୍ୟସ୍ତରୀୟ ଭୂମି ପୂଜନ ଏବଂ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଅରୁଣ ସାହୁ ଏଠାରେ ଯୋଗ ଦେଇ ଜମିରେ ଚାଷ କରିଥିଲେ। ଜୋଡ଼ ପରିଧାନ ସାଙ୍ଗକୁ ହଳ ଲଙ୍ଗଳ ଧରି ବିଲରେ ଚାଷ କରି ଧାନକୁ ବିଲରେ ବୁଣି ଅଖିମୁଠି ଅନୁକୂଳ କରିଥିଲେ ମନ୍ତ୍ରୀ।

Tags: #AkshayaTritiya #AkhimuthiRituals #AgricultureMinister #ArunSahoo

Comment