ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ଲାଗି ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହେବ।

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ନିମନ୍ତେ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ‘ମିଲେଟ୍ ଶକ୍ତି କାଫେ’ ଖୋଲାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ‘ମିଲେଟ୍ ଶକ୍ତି କାଫେ’ ଖୋଲାଯାଇଛି। ଏହି କାଫେଗୁଡ଼ିକରେ ମିଲଟରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି।

ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ଆଉ ଏକ ‘ମିଲେଟ୍ ଶକ୍ତି କାଫେ’ ଖୋଲିବା ଲାଗି ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ସ୍ଥିର ହୋଇଛି।

ଏହି ‘ମିଲେଟ୍ ଶକ୍ତି କାଫେ’ରେ ପୁଷ୍ଟିଶସ୍ୟଯୁକ୍ତ ଖାଦ୍ୟ ଉପଲବ୍ଧ ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁଷ୍ଟିଶସ୍ୟର ବ୍ୟାପକ ପ୍ରଚାର ପ୍ରସାର ଏବଂ ଜନସଚେତନତା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ଖୋଲାଯାଉଥିବା ‘ମିଲେଟ ଶକ୍ତି କାଫେ’ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବେଶ ଦୁଇ ପଇସା ରୋଜଗାର କରି ସ୍ଵାବଲମ୍ବୀ ହୋଇପାରୁଛନ୍ତି।

Tags: #MilletsMission #MissionShakti #OdishaMilletsMission #MilletShaktiCafe #LokasevaBhavana

Comment