ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଖୋଲିଲା ପରେ ହେବ +୩ ଏବଂ ପିଜି ପରୀକ୍ଷା। କଲେଜ ଖୋଲିବା ପରେ ପାଠପଢ଼ା ସରିଲେ ପିଲାମାନେ ପରୀକ୍ଷା ଦେବେ ବୋଲି ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, କରୋନା କାରଣରୁ ବର୍ତ୍ତମାନ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇରହିଛି। ପିଲାମାନେ ଅନଲାଇନ୍ ଜରିଆରେ କ୍ଲାସ୍ କରୁଛନ୍ତି। କିନ୍ତୁ ଇଣ୍ଟରନେଟ୍ ନଥିବା ହେତୁ ବହୁତ ପିଲା ଅନଲାଇନ୍ କ୍ଲାସରେ ଯୋଗ ଦେଇପାରୁନାହାନ୍ତି।matric examଏପରି ସ୍ଥିତିରେ ଅନଲାଇନ୍ ପରୀକ୍ଷା କରିବା ସମ୍ଭବ ନୁହେଁ। ତେଣୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିଲେ ପିଲାମାନଙ୍କ ପାଠପଢ଼ା ହେବ। ସିଲାବସ ସମ୍ପୂର୍ଣ୍ଣ ପଢ଼ା ସରିଲେ ଯାଇ ପରୀକ୍ଷା ହେବ ବୋଲି ଏଥିରେ କୁହାଯାଇଛି।

ଏହାପୂର୍ବରୁ ରାଜ୍ୟ ସରକାର ନିଜର ଡିସେମ୍ବର ମାସର ଗାଇଡଲାଇନରେ କଲେଜ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗକୁ ଦେଇଥିଲେ। ବିଭାଗ ହିଁ ରାଜ୍ୟରେ କେବେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ତାହା ନିର୍ଦ୍ଧାରଣ କରିବ ବୋଲି ଏଥିରେ କୁହାଯାଇଥିଲା। ଏହାପରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ରାଜ୍ୟରେ କେବେ କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ ସେନେଇ ନିଷ୍ପତ୍ତି ନେଇନି।

Comment