ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କବଳରେ ରାଜ୍ୟର ଆଉ ଜଣେ ମନ୍ତ୍ରୀ। ରାଜ୍ୟର ଉଚ୍ଚଶିକ୍ଷା ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ସେ ଏବେ ନିଜକୁ ଆଇସୋଲେସନରେ ରଖିଛନ୍ତି। ବର୍ତ୍ତମାନ ପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସେ ସୂଚନା ଦେଇଛନ୍ତି।

ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କରୋନା ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ରାଜ୍ୟର ଅନେକ ବିଧାୟକଙ୍କ ସହ ମନ୍ତ୍ରୀମାନେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏବେ ଏହି ଲିଷ୍ଟରେ ମନ୍ତ୍ରୀ ଅରୁଣ ସାହୁ ସାମିଲ ହୋଇଛନ୍ତି।BGU

Comment