ଓଡ଼ିଶାଲାଇଭ୍ ବ୍ୟୁରୋ

ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି। ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଚଳିତ ବର୍ଷ ସ୍ଵାଭାବିକ ସମୟ ପୂର୍ବରୁ କେରଳ ଉପକୂଳରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବିଭାଗ ପକ୍ଷରୁ କୁହାଯାଇଛି ଜୁନ ମାସରେ ସାଧାରଣତଃ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଆସନ୍ତା ମେ’ ୨୭ ତାରିଖରେ ମୌସୁସୀ ବାୟୁ କେରଳ ଉପକୂଳ ଛୁଇଁବ। ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Tags: #Weather #Monsoon #MetrologyDepartment

Comment