ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ଗତ କିଛି ଦିନ ଧରି ବର୍ଷା ବିତ୍ପାତ ଲାଗି ରହିଛି। ଫଳରେ କେରଳବାସୀ ଅକଥନୀୟ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ଅନିୟନ୍ତ୍ରିତ ବନ୍ୟା ସ୍ଥିତି କାରଣରୁ ହନ୍ତସନ୍ତ ହେଉଛନ୍ତି ଲୋକେ। ହଜାର ହଜାର ଲୋକ ଏବେ ଜଳବନ୍ଦୀ ହୋଇଥିବା ବେଳେ ଅନେକ ବାସହୀନ ମଧ୍ୟ ହୋଇଛନ୍ତି।

ଲଗାଣ ବର୍ଷା କାରଣରୁ ରାଜ୍ୟରେ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବିଷୟ ସରକାରୀ ଭାବେ କୁହାଯାଇଛି। ଏହା ସହିତ ଅନେକ ନିଖୋଜ ଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଯୋଗୁଁ ଅନେକ ଲୋକ ମାଟିତଳେ ଚାପି ହୋଇ ରହୁଥିବା ଆଶଙ୍କା କରାଯାଉଛି।

ଅନ୍ୟପଟେ ପ୍ରବଳ ବର୍ଷାର ଆଶଙ୍କା କରି କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଭୀଷଣ ବନ୍ୟା ଯୋଗୁଁ କେରଳ ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି। ୨୨ କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ସମୀକ୍ଷା କରିବା ସହ କେନ୍ଦ୍ରରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।  ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ବର୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି । କେରଳରେ ଭୂସ୍ଖଳନ ଓ ବନ୍ୟା ବିତ୍ପାତ ଲାଗିଥିବା ବେଳେ ପରିବେଶବିତ୍ ମାନେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ତେବେ କେବଳ କେରଳରେ ନୁହେଁ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।

Comment