ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କେରଳ ତ୍ରିସୁର ଜିଲ୍ଲାର ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ଜଣେ ଯୁବକଙ୍କର ଶନିବାର ବଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମୃତ ଯୁବକ କିଛି ଦିନ ପୂର୍ବେ ଯକ୍ତ ରାଷ୍ଟ୍ର ଆମେରିକାରୁ ଫେରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

କେରଳ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ମୃତ ଯୁବକ ବିଦେଶରୁ ଫେରିଥିଲେ। ତାଙ୍କର ସେଠାରେ ମଙ୍କିପକ୍ସ ପଜିଟିଭ ରିପୋର୍ଟ ଆସିଥିଲା। ଶନିବାର ରାତିରେ ସମ୍ପୃକ୍ତ ଯୁବକଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ପଜିଟିଭ ରିପୋର୍ଟ ତାଙ୍କ ପରିବାର ଲୋକ ଡାକ୍ତରଖାନାକୁ ଦେଇଥିବା ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ପୂର୍ବରୁ ତାଙ୍କର ମଙ୍କିପକ୍ସ ରିପୋର୍ଟ ପଜିଟିଭ୍ ଥିବାରୁ ଏହା ମଙ୍କିପକ୍ସ ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ଏହା ସ୍ପଟ ହେବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ଏହା ମଙ୍କିପକ୍ସ ଜନିତ ନା ଅନ୍ୟ କୌଣସି କାରଣରୁ ଯୁବକଙ୍କର ମୃତ୍ୟୁ ହୋଇଛି ଜଣାପଡ଼ିବ। ତେବେ ମୃତକଙ୍କର ଅନ୍ତିମ ସଂସ୍କାର ମଙ୍କିପକ୍ସ ପ୍ରୋଟକଲ ଅନୁସାରେ କରାଯିବ। ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: #Health #Death #Awarness #Kerla #India

Comment