ଓଡ଼ିଶାଲାଇଭ୍ ବ୍ୟୁରୋ

chingari app-1

ଗତ କିଛି ଦିନ ଧରି ଚୀନ ସାମଗ୍ରୀକୁ ବୟକଟ୍ କରିବା ପାଇଁ ଅଧିକ ସଂଖ୍ୟାରେ ଆଗେଇ ଆସିଛନ୍ତି ଭାରତୀୟ। ତେବେ ଏଥିମଧ୍ୟରେ ଭାରତ ସରକାର ଦ୍ୱାରା ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରାଯାଇଛି। ଏଥିରେ ସାମିଲ୍ ଅଛି ଲୋକପ୍ରିୟ ଆପ୍ ଟିକଟକ୍। ବ୍ୟବହାରକାରୀମାନଙ୍କ ଡାଟାର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ତେବେ ଟିକଟକର ଜାଗା ପୂରଣ ପାଇଁ ଆସିଛି ଚିଙ୍ଗାରି ଆପ୍। ଟିକଟକ ବ୍ୟାନ ହେବା ପରେ ଏହି ଆପର ଚାହିଦା ବଢ଼ିବାରେ ଲାଗିଛି। ଘଣ୍ଟାକୁ ପ୍ରାୟ ଦଶ ଲକ୍ଷଥର ଡାଉନଲୋଡ କରାଯାଉଛି ଏହି ଆପ। ବର୍ତ୍ତମାନ ସୁଦ୍ଧା ତିରିଶ ଲକ୍ଷରୁ ମଧ୍ୟ ଅଧିକ ଥର ଏହି ଆପକୁ ଡାଉନଲୋଡ କରାଯାଇ ସାରିଛି।

chingari app-3

ଏହି ଆପରେ ବ୍ୟବହାରକାରୀମାନେ ଭିଡିଓ ଡାଉନଲେଡ ଏବଂ ଅପଲୋଡ କରିପାରିବେ। ଏହା ସହ ଚ୍ୟାଟ୍, କଣ୍ଟାକ୍ଟ ସେୟାରିଂ, ବ୍ରାଉଜିଂ ମଧ୍ୟ କରାପାରିବେ। ଇଂରାଜୀ ବ୍ୟତୀତ ନଅଟି ଭାଷାକୁ ସପୋର୍ଟ କରୁଛି ଏହି ଆପ୍।

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନ୍ଦନ ମହିନ୍ଦ୍ରା ମଧ୍ୟ ଏହି ଆପ ଡାଉନଲୋଡ କରିଥିବାର ଟୁଇଟ୍ କରି ଜଣାଇଛନ୍ତି। ସେ ଲିଖିଛନ୍ତି ଯେ ସେ କେବେବି ଟିକଟକ ଡାଉନଲୋଡ କରିନଥିଲେ କିନ୍ତୁ ସେ ଏବେ ଚିଙ୍ଗାରି ଆପ ଡାଉନଲୋଡ କରିଛନ୍ତି। ଏହି ଆପକୁ ବେଙ୍ଗାଳୁରୁର ଡେଭେଲପର୍ସ ବିଶ୍ୱାତ୍ମା ନାୟକ ଏବଂ ସିଦ୍ଧାର୍ଥ ଗୌତମ ତିଆରି କରିଛନ୍ତି।

Comment