ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ପାଇଁ ଦେଶର ସବୁ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଆଗକୁ ଆସିଛିନ୍ତି। ବଲିଉଡ କଳାକାର ବି ସହିଦଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି। କୋକିଳ କଣ୍ଠି ଲତା ମଙ୍ଗେସକର ବୁଧବାର ଭାରତୀୟ ସେନା ଉଦ୍ଦେଶ୍ୟରେ ଏକ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।

ଏକ ଜାତୀୟ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ଲତା କହିଛନ୍ତି ଯେ, ଆସନ୍ତା ଏପ୍ରିଲ ୨୪ରେ ନିଜ ବାପା ଦିନାନାଥ ମଙ୍ଗେସ୍‌କର୍‌ଙ୍କ ପୁଣ୍ୟତିଥି ଅବସରରେ ସେ ଭାରତୀୟ ସେନାବାହିନୀକୁ ୧ କୋଟି ଟଙ୍କା ଦାନ କରିବେ।

ଏତା ଆହୁରି ବି କହିଛନ୍ତି, “ଗତବର୍ଷ ମୋ ଜନ୍ମଦିନରେ ମୁଁ ସମସ୍ତଙ୍କୁ କହିଥିଲି ଯେ, ମତେ ଉପହାର ଓ ଫୁଲ ପଠାଇବା ବଦଳରେ ଯବାନମାନଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ। ମୁଁ ଆଜି ପୁଣି ସେଇ କଥା କହୁଛି।

ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଯୁଦ୍ଧକାଳୀନ ପରିସ୍ଥିତି ଦେଇ ଗତି କରୁଛି। ସ୍ଥିତି ଗମ୍ଭୀର ହୋଇଯାଇଛି। ମଙ୍ଗଳବାର ଭାରତୀୟ ବାୟୁସେନା ପାକିସ୍ତାନୀ ଆତଙ୍କବାଦ ସଂଗଠନ ଜୌଶ-ଏ-ମହମ୍ମଦଙ୍କ ବେଶ୍‌ କ୍ୟାମ୍ପ ଉପ

ଗତ ଫେବ୍ରୁଆରି ୧୪ରେ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ଭାରତୀୟ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହା ପଛରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦର ହାତ ରହିଥିଲା। ଏହାର ଜବାବ ଦେବା ପାଇଁ ମଙ୍ଗଳବାର ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରାଜ୍‌-୨୦୦୦ ବିମାନ ସୀମା ପାର୍‌ କରି ଜୈଶର ଆତଙ୍କି ସଂଗଠନକୁ ଧ୍ୱଂସ କରିଥିଲା। ଏହା ପରଠୁ ଦୁଇ ଦେଶ ଯୁଦ୍ଧକାଳୀନ ପରିସ୍ଥିତି ଦେଇ ଗତି କରୁଛି।

Comment