ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ଗୁରୁତର ରହିଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ପାଇଁ ତାଙ୍କୁ ଏବେବି ଭେଣ୍ଟିଲେଟରରେ ରଖାଯାଇଛି।  ଡାକ୍ତରଙ୍କ କହିବା ଅନୁସାରେ ଲତାଙ୍କ ଫୁସ୍‌ଫୁସ ସଂକ୍ରମଣ ସହିତ ତାଙ୍କୁ ନିମୋନିଆ ହୋଇଛି। ଏବେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି। ଲଗାତର ଲତାଙ୍କ ଚିକିତ୍ସା ଜାରି ରହିଛି।

ସୋମବାର ଲତାଙ୍କ ନିଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comment