ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ସୁମଧୁର କଣ୍ଠରେ ଶ୍ରୋତାଙ୍କୁ ଦିଓ୍ୱାନା କରିଥିବା ଲତା ଆଜି ତାଙ୍କ ୯୨ତମ ଜନ୍ମଦିନ ପାଳନ କରୁଛନ୍ତି।

ଲତା ମଙ୍ଗେସକର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ। ୧୯୨୯ ମସିହା ଆଜିର ଦିନରେ ଇନ୍ଦୋରରେ ଏକ ମରାଠୀ ମଧ୍ୟବିତ୍ତ ପରିବାରେ ଜନ୍ମ ହୋଇଥିଲେ ଲତା। ତାଙ୍କର ୩ ଜଣ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ତାଙ୍କ ବାପା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଅଭିନେତ୍ରୀ ଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ତାଙ୍କ ବାପାଙ୍କ ଠାରୁ ଗୀତ ଶିଖିଥିଲେ।

ଧୀରେ ଧୀରେ ଲତା ସଙ୍ଗିତ ସାମ୍ରାଜ୍ୟରେ ରାଜ୍‌ କଲେ। ଆଜି ବି ଦର୍ଶକ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି। ଲତା ପ୍ରାୟ ୩୬ ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବି ଜଣେ ମହାରାଜାଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଦୁହେଁ ରହିଗଲେ ଅବିବାହିତ। ଲତାଙ୍କ ବିଷୟରେ ଏକ ରୋଚକ କଥା ହେଉଛି ସେ ବିମାନ ଯାତ୍ରାକୁ ଭୟ କରନ୍ତି।

Comment