ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ

ଭାରତର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ସୁମଧୁର କଣ୍ଠରେ ଶ୍ରୋତାଙ୍କୁ ଦିଓ୍ୱାନା କରିଥିବା ଲତା ଆଜି ତାଙ୍କ ୯୦ତମ ଜନ୍ମଦିନ ପାଳନ କରୁଛନ୍ତି।

ଲତା ମଙ୍ଗେସକର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ।

ଆଜି ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି କଥା…

୧୯୨୯ ମସିହା ଆଜିର ଦିନରେ ଇନ୍ଦୋରରେ ଏକ ମରାଠୀ ମଧ୍ୟବତ୍ତ ପରିବାରେ ଜନ୍ମ ହୋଇଥିଲେ ଲତା। ଲତାଙ୍କର ଅନ୍ୟ ୩ ଜଣ ଭଉଣୀ ଥିଲା ବେଳେ ଜଣେ ଭାଇ ଅଛନ୍ତି।

ତାଙ୍କ ବାପା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ତାଙ୍କ ବାପାଙ୍କଠୁ ଗୀତ ଶିଖୁଥିଲେ।

ଧୀରେ ଧୀରେ ଲତା ସଙ୍ଗିତ ସାମ୍ରାଜ୍ୟରେ ରାଜ୍‌ କରିଥିଲେ। ଆଜି ବି ଦର୍ଶକ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି।

Comment