ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସହ ଦେଶ ଯେଉଁ ଯୁଦ୍ଧ କରୁଛି ସେଥିରେ ବଲିଉଡର ଜଣକ ପରେ ଜଣେ ଷ୍ଟାର ସହାୟତାର ହାତ ବଢ଼ାଉଛନ୍ତି। ଏମାନେ ନିଜ ପ୍ରଶଂସକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଅନେକ ତାରକା ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇଁ ଆଗକୁ ଆସିଛନ୍ତି। ଆଉ ଏବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାଁ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

ମହାରାଷ୍ଟ୍ର ସରକାରଙ୍କୁ ଲତା ମଙ୍ଗେସକର ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋସିଆଲ ମିଡିଆରେ ଲତା ମଙ୍ଗେସକର ନିଜେ ଏହି ସୂଚନା ଦେଇଛନ୍ତି। ମରାଠୀରେ ସୋସିଆଲ ମିଡିଆ ପୋଷ୍ଟ କରି ଲତା ମଙ୍ଗେଶକର ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଲତା ସୋସିଆଲ ମିଡିଆରେ କରୋନା ଭୂତାଣୁ ଉପରେ ନିଜର ମତ ରଖିଥିଲେ। ”କରୋନା ସହ ଲଢ଼ିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଆମ ସମସ୍ତଙ୍କର।’’, କହିଥିଲେ ଲତା।

Comment