ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତି। ତାଙ୍କ ପୋଷ୍ଟକୁ ଲୋକେ ମଧ୍ୟ ପସନ୍ଦ କରନ୍ତି। ନିକଟରେ ଅମିତାଭ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଓ ତାଙ୍କ ଭଉଣୀ ଆଶା ଭୋସଲେଙ୍କ ପିଲାବେଳର ଫଟୋ ଟୁଇଟରରେ ପୋଷ୍ଟ କରିଥିଲେ। ଏହି ବ୍ଲାକ୍‌ ଆଣ୍ଡ ହ୍ୱାଇଟ ଫଟୋରେ ଲତା ଏବଂ ଆଶା ଫ୍ରକ୍‌ ପିନ୍ଧିଥବା ଦେଖିବାକୁ ମିଳିଛି।

ଟୁଇଟରରେ ଫଟୋ ପୋଷ୍ଟ କରି ଅମିତାଭ ଲେଖିଛନ୍ତି,‘‘ଆଜି ଲତାଜୀଙ୍କ ଟୁଇଟରେ ପଢ଼ିଲି ଯେ ଲତାଜୀ କେମିତି ତାଙ୍କ ଗୁରୁଙ୍କୁ ମନେ ପକାଉଛନ୍ତି। ସେତିକି ବେଳେ ମତେ ଏହି ଫଟୋ ମିଳିଲା।’’

ଯଦି ଅମିତାଭ କାମ କୁହାଯାଏ ଆଗାମୀ ଦିନରେ ଅମିତାଭଙ୍କ ବ୍ୟାକ ଟୁ ବ୍ୟାକ ଫିଲ୍ମ ଆସିବାକୁ ଯାଉଛି। ଗୁଲାବୋ ସିତାବେ, ବ୍ରହ୍ମାସ୍ତ୍ର, ଝୁଣ୍ଡ,ଚେହେରା ଭଳି ଫିଲ୍ମ ରିଲିଜ ହେବ।

Comment