ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ପ୍ରଂଶସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ବାଲୁକାକଳାରେ ଲତାଙ୍କୁ ଶୁଭେଚ୍ଛା ଦେଇଛନ୍ତି।

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ  ଭାରତ ରତ୍ନ ଲତାଙ୍କର ଏକ ଚିତ୍ର କରି ହାପି ବାର୍ଥ ଡେ’ ଲତା ଦିଦି ବୋଲି ଲେଖିଛନ୍ତି। ନିଜର ଏହି ସୁନ୍ଦର ବାଲୁକାକଳାକୁ ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି।

୧୯୨୯ ମସିହା ସେପ୍ଟେମ୍ଵର ୨୮ରେ ସେ ଜନ୍ମ ଗ୍ରହଣ କରିଥିଲେ। ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment