ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶ ଏବେ ଖ୍ରୀଷ୍ଟମାସକୁ ସେଲିବ୍ରେସନ୍‌ ମୁଡ୍‌ରେ ଥିବା ବେଳେ ଅନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକାକଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବଡ଼ ଦିନ ଅବସରରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ବିରାଟକାୟ ଥ୍ରୀଡି ସାନ୍ତାକ୍ଲଜ୍‌ ତିଆରି କରିଛନ୍ତି। ଏହା ବିଶ୍ୱର ସର୍ବବୃହତ ଥ୍ରୀଡି ସ୍ୟାଣ୍ଡଆର୍ଟ ମାନ୍ୟତା ପାଇବ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି।

ପୂର୍ବରୁ କେବଳ ବାଲି ଗଦାରେ ବାଲୁକାକଳା ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏଥର କେବଳ ବାଲି ଉପରେ ସାନ୍ତାକ୍ଲଜ୍‌ର ଥ୍ରୀଡି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ସୁଦର୍ଶନ।

୨୫ଶହ ବର୍ଗଫୁଟ୍‌ରେ ଏହି ସ୍ୟାଣ୍ଡଆର୍ଟ ତିଆରି ହୋଇଛି।

Comment