ଓଡ଼ିଶାଲାଇଭ୍ ବ୍ୟୁରୋ

ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ପାଇଁ ଖ୍ରୀଷ୍ଟମାସ୍‌ ଏକ ବଡ଼ପର୍ବ। ବର୍ତ୍ତମାନ ସବୁବର୍ଗର ଲୋକେ ଖ୍ରୀଷ୍ଟମାସକୁ ପାଳନ କରୁଛନ୍ତି। ଏହାକୁ ଓଡ଼ିଶାରେ ବଡ଼ଦିନ ରୂପେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସ ମାହୋଲ। ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କିଏ ଖ୍ରୀଷ୍ଟମାସ୍‌ ଟ୍ରି ପାଇଁ ତ କିଏ ସୁନ୍ଦର ଆଲୋକମାଳାରେ ଘର ସଜେଇବାକୁ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି।

ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚକୁ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଆସିବା ନେଇ ଲକ୍ଷ୍ୟ ରଖାଯାଇଛି। ଭିଡ଼କୁ ନଜରରେ ରଖି ଚର୍ଚ୍ଚମାନଙ୍କରେ ସିସିଟିଭି କ୍ୟାମେରା ଓ ବ୍ୟାପକ ପୋଲିସ ମୁତୟନ ହେବେ।

ଭୁବନେଶ୍ୱର ସତ୍ୟନଗରସ୍ଥିତ ଭିନ୍‌ସେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚ୍ଚରେ ଧୁମ୍‌ଧାମ୍‌ରେ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଛି।

ସେହିପରି ୟୁନିଟ୍‌-୪ରେ ଥିବା ଚର୍ଚ୍ଚରେ ବି ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି। ସମ୍ପୂର୍ଣ୍ଣ ଚର୍ଚ୍ଚକୁ ଆଲୋକମାଳାରେ ସଜାଇବା ସହ ସମ୍ମୁଖରେ ଖ୍ରୀଷ୍ଟମାସ ଟ୍ରି ଓ ଷ୍ଟାର୍‌ ଶୋଭା ପାଉଛି।

ବଡ଼ଦିନ ଅବସରରେ ଚର୍ଚ୍ଚମାନଙ୍କରେ ସକାଳ ୧୦ଟାରେ ଇଂରାଜୀ ଓ ଅପରାହ୍‌ଣ ୩ଟାରେ ଓଡ଼ିଆରେ ପ୍ରାର୍ଥନା ହେବ। ଏହି ଅବସରରେ ଚର୍ଚ୍ଚରେ ବାଇବେଲ ମେମୋରିଭର୍ସ, ଭକ୍ତି ସଙ୍ଗୀତ ଓ ବାଇବେଲ କୁଇଜ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଛି।

Comment