ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ବଡ଼ଦିନ ପାଳନ ପାଇଁ ଖ୍ରୀଷ୍ଟିଆନମାନଙ୍କୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି। ଡିସେମ୍ବର ୨୫ରେ ଖ୍ରୀଷ୍ଟମାସରେ ସେମାନେ ଚର୍ଚ୍ଚ ଯାଇପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ତେବେ ଯେଉଁ ଚର୍ଚ୍ଚ ଖ୍ରୀଷ୍ଟମାସ ପାଳନ ପାଇଁ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ଲିଖିତ ଭାବେ ଆବେଦନ କରିବା ପାଇଁ ହେବ।

ଆବେଦନ ପତ୍ରରେ ଚର୍ଚ୍ଚ କର୍ତ୍ତୃପକ୍ଷ ଉଲ୍ଲେଖ କରିବେ ଯେ, ବଡ଼ଦିନରେ କେତେଜଣ ଅତିଥି ଚର୍ଚ୍ଚ ପରିସରରେ ରହିବାକୁ ଚାହୁଁଛନ୍ତି। ସେହି ଆବେଦନ ଅନୁସାରେ ପ୍ରଶାସନ ଉକ୍ତ ଚର୍ଚ୍ଚମାନଙ୍କୁ ବଡ଼ଦିନ ପାଳନ ପାଇଁ ଅନୁମତି ଦେବେ।

ଏଥିସହ ନୂଆବର୍ଷ ପରେ ଜାନୁଆରି ୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିପାରିବ। ସେଠାରେ କୋଭିଡ୍ ଗାଇଡଲାଇନ୍ ନିୟମକୁ ମାନି ଭକ୍ତମାନେ ଭଗବାନଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ଡିସେମ୍ବର ୨୭ରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ମଧ୍ୟ ଖୋଲିବ। ପ୍ରଥମେ ସେବାୟତ, ଏହାପରେ ଭୁବନେଶ୍ୱରବାସୀ ଓ ତା’ପରେ ସର୍ବସାଧାରଣ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Comment