ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ବଡଦିନ। ଏହି ଉପଲକ୍ଷେ ଭୁବନେଶ୍ୱର ଅଟଳା ହଂସପାଳର ସୁରେଖା ଭାଟିକା ଆପାର୍ଟମେଣ୍ଟରେ ‘ବସ୍ତ୍ରାବର୍ତ୍ତନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‘ବସ୍ତ୍ରାବର୍ତ୍ତନ’ର ଲକ୍ଷ୍ୟ ପୁନଃବ୍ୟବହାର ଯୋଗ୍ୟ ପୋଷାକ ସଂଗ୍ରହ। ଆଜି ସକାଳ ୯ଟାରୁ ଦିନ ୨ଟା ଯାଏଁ ଏହି ଅଭିଯାନ ଚାଲିଥିଲା।

ଏହି ଅଭିଯାନରେ ଆଖପାଖ ଆପାର୍ଟମେଣ୍ଟ ଯଥା ସୁରେଖା ଭାଟିକା, ଆଂଜେଲ ଆଭେନ୍ୟୁ, ପଞ୍ଚମୁଖୀ ଗ୍ରୀନ୍ସ ଆଦି ଆପାର୍ଟମେଣ୍ଟର ପ୍ରାୟ ୧୦୦ରୁ ଅଧିକ ଲୋକ ଯୋଗ ଦେଇ ୩ ହଜାରରୁ ଅଧିକ ପୁନଃବ୍ୟବହାର ଯୋଗ୍ୟ ପୋଷାକ ଦାନ କରିଛନ୍ତି।

ପୁରୁଷ, ମହିଳା ପୋଷାକ, ଶୀତ ବସ୍ତ୍ର, ଶାଢ଼ି, ପିଲାଙ୍କ ପୋଷାକ ଆଦିକୁ ଅଲଗା ଅଲଗା ଭାବେ ପ୍ୟାକିଂ କରି ରଖାଯାଇଛି। ଦାନରେ ମିଳିଥିବା ଏହି ପୋଷାକଗୁଡ଼ିକ ବିଭିନ୍ନ ଅନୁଷ୍ଠାନକୁ ପର୍ଯ୍ୟାୟ କ୍ରମେ ଦିଆଯିବ। ବସ୍ତ୍ରଦାନ କରିଥିବା ଏହି ଦାତାମାନଙ୍କୁ ଆଗାମୀ ଦିନରେ ଛୋଟ ଛୋଟ ଉପହାର ପ୍ରଦାନ କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ଅଭିଯାନକୁ ସୁରେଖା ଭାଟିକାର ରାଜକୁମାର ଅଗ୍ରୱାଲ, ରୁଦ୍ର ପ୍ରସନ୍ନ ରଥ ଆଂଜେଲ ଆଭେନ୍ୟୁର ପ୍ରଭାତ କୁମାର ଗୁରୁ ପ୍ରମୁଖ ପରିଚାଳନା କରିଥିଲେ।

Comment