ଓଡ଼ିଶାଲାଇଭ୍‌ ବ୍ୟୁରୋ

କନ୍ଧମାଳରେ ବଡ଼ଦିନ ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୋଲିସ ସହ ଅଧିକ ୨୧ ପ୍ଲାଟୁନ ଫୋର୍ସ, ସିଆରପିଏଫ୍‌ ମୁତୟନ ହୋଇଛନ୍ତି।

ନକ୍ସଲ ପ୍ରବଣ ଅଞ୍ଚଳରେ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬ଟି ସ୍ଥାନରେ ପୋଲିସ୍‌ ଯାଞ୍ଚ କରୁଛି। ଏହି ଅବସରରେ ବାରଖମାରେ କୁଇ ସମନ୍ୱୟ ସମିତି ପକ୍ଷରୁ ସହିଦ ଦିବସ ମଧ୍ୟ ପାଳନ କରାଯିବ। ଏଥିପାଇଁ ବାରଖମାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସମେତ ଣେ ଡିଏସପି ମୁତୟନ ଅଛନ୍ତି।

Comment