ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ର ହେଉଛନ୍ତି କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା। ସେ ଦଶମ ଶ୍ରେଣୀ ଛାତ୍ର।

ରବିବାର ଅପରାହ୍ଣରେ ରାଖଲ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ। ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ସେ ଜଳପ୍ରପାତକୁ ଖସି ପଡ଼ିଥିଲେ। ସାଙ୍ଗମାନେ ବହୁତ ଖୋଜା ଖୋଜି କରି ରାଖଲଙ୍କୁ ନପାଇବାରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦେଖିଲେ। ପରିବାର ସଦସ୍ୟ ରାତିସାରା ଖୋଜିଥିଲେ ମଧ୍ୟ ରାଖଲଙ୍କର କୌଣସି ଖୋଜଖବର ମିଳିନଥିଲା।

ଏହା ପରେ ପରିବାର ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲ। ଅଗ୍ନିଶମ ବିଭାଗ କର୍ମଚାରୀ ଉର୍ମାଗଡ଼ ଜଳପ୍ରପାତରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଖଲଙ୍କର କୌଣସି ପତ୍ତା ମିଳିପାରି ନାହିଁ।

Tags: #Kandhamal #UrmagarhWaterfall #Studentmissing #rakhalbeher

LEAVE A REPLY

Please enter your comment!
Please enter your name here