ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଓଡ଼ିଶାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରିଛନ୍ତି। କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗିଡ଼ାପଦର ଗାଁରେ ଏହି ଘଟଣା ଘଟିଛି। ଶନିବାର ସକାଳେ ଗାଁ ନିକଟ ଜଙ୍ଗଲରୁ ସେମାନଙ୍କ ମୃତ ଦେହ ଉଦ୍ଧାର ହୋଇଛି।  

ତେବେ ମୃତକମାନେ ହେଉଛନ୍ତି ସ୍ଵାମୀ ଡାହିରା କହଁର ଓ ପତ୍ନୀ ବତସୀ କହଁର। ଶୁକ୍ରବାର ରାତିରେ ମାଓବାଦୀମାନେ ସେମାନଙ୍କୁ ଘରୁ ଅପହରଣ କରିନେଇଥିଲେ। ସେମାନଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ହତ୍ୟାର ଖବର ମିଳିବା ପରେ କନ୍ଧମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ପକ୍ଷରୁ ଘଟଣା ବାବଦରେ କିଛି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଥିଲା।

ତଦନ୍ତ ପରେ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ। ତେବେ ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Tags: #MaoistAttack #Murder #Kandhamal #Odisha

LEAVE A REPLY

Please enter your comment!
Please enter your name here