ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭରା ନଈରେ ଟ୍ୟୁବ ଭରସା
  • କେତେବେଳେ ଦୋଳା ତ କେତେବେଳେ ଟ୍ୟୁବରେ ବୁହା ହେଉଛନ୍ତି ରୋଗୀ

(ଫୁଲବାଣୀରୁ ସଦାଶିବ ପାତ୍ର): ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ୟୁବ ସାହାଯ୍ୟରେ ରୋଗୀଙ୍କୁ ଭରା ନଈ ପାର କରାଇଲେ ପରିବାର ଲୋକେ। ବୁଧବାର ଦିନ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେରମୁଣ୍ଡା ଗାଁରେ।

ଗ୍ରାମର ରଘୁନାଥ ପ୍ରଧାନଙ୍କ ସ୍ତ୍ରୀ ଆନନ୍ତି ପ୍ରଧାନ ୪ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗାଁଠାରୁ ୨୨ କିଲୋମିଟର ଦୂର  ନୂଆଗାଁରେ ଥିବା ଡାକ୍ତରଖାନାକୁ ଯିବା ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ।

କୁବେରମୁଣ୍ଡାଠାରୁ ମହାସିଙ୍ଗ ହୋଇ ନୂଆଗାଁରେ ପହଞ୍ଚିବାକୁ ପଡ଼ିଥାଏ। ଏହି ଦୁଇ ଗାଁ ମଝିରେ ଖଡଗ ନଦୀ ଯାଇଥିବାରୁ ଆମ୍ବୁଲାନ୍ସଟି ମହାସିଙ୍ଗଠାରେ ଅଟକି ଥିଲା। ଆନନ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଏକ ଟ୍ୟୁବରେ ବସାଇ ତାଙ୍କୁ ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଯାଇଥିଲେ।

ବାରମ୍ବାର କୁବେରମୁଣ୍ଡାଠାରୁ ମହାସିଙ୍ଗ ମଧ୍ୟରେ ଯାଇଥିବା ଖଡଖ ନଦୀ ଉପରେ ଏକ ସେତୁ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ବାରମ୍ବାର ଏହି ଅଞ୍ଚଳର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।

Tags: #phulabani #Patientcrossesriver

LEAVE A REPLY

Please enter your comment!
Please enter your name here