ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଗୋଟିଏ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ତଥା ପୋକ୍ସୋ କୋର୍ଟ। ଏହା ସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କୁଟୁନିପଡ଼ା ଗାଁର ନାଗାର୍ଜୁନ ବିଶୋଇ।

ଗତ ୨୦୨୨ ମସିହା ମେ’ ୧୯ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ଓ ପୋକ୍ସୋ କୋର୍ଟ ୧୩ ଜଣ ସାକ୍ଷୀ ଏବଂ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭଯୁକ୍ତ ନାଗାର୍ଜୁନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

୨୦୨୨ ମସିହା ମେ’ ୧୯ ତାରିଖରେ ନାଗାର୍ଜୁନ ବିଶୋଇ ଜଣେ ନାବାଳିକାକୁ ସ୍କୁଲରେ ଛାଡ଼ି ଦେବାକୁ କହି ସାଙ୍ଗରେ ନେଇଥିଲେ। ନାବାଳିକାକୁ ସ୍କୁଲରେ ନଛାଡ଼ି ସେ ଫୁଲବାଣୀ ସହରକୁ ନେଇ ଯାଇଥିଲେ। ସେହିଦିନ ରାତିରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଫୁଲବାଣୀ ସହର ନିକଟରେ ଥିବା ହନୁମାନ ମନ୍ଦିର ପାହାଡ଼ରେ ଛାଡ଼ି ଚାଲିଆସିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ନାଗାର୍ଜୁନ ଧମକ୍ ମଧ୍ୟ ଦେଇଥିଲେ।

ପରଦିନ ନାବାଳିକା ଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ନାବାଳିକାଙ୍କ ମା’ ଫୁଲବାଣୀ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ନାଗାର୍ଜୁନ ବିଶୋଇଙ୍କୁ ଗିରଫ କରିଥିଲା।

Tags: #Phulbani #Court #POCSOCourt #Rapist #MinorGirlRapeCase

LEAVE A REPLY

Please enter your comment!
Please enter your name here