ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ବିବି ଗୋଲୋରିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଡଙ୍ଗାଯୋଡ଼ି ଗାଁର।

ଘରେ କେହି ନଥିବାର ସୁଯୋଗ ଦେଇ ନାବାଳିକା ଜଣକୁ ଅପହରଣ କରିନେଇଥିଲେ ଅଭିଯୁକ୍ତ ବିବି ଗୋଲୋରି। ପରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ନିଜ ଚେଷ୍ଟାରେ ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲେ।

ନାବାଳିକାଙ୍କ ବାପା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଡଙ୍ଗାଯୋଡ଼ି ଗାଁରୁ ଅଭିଯୁକ୍ତ ବିବି ଗୋଲୋରିଙ୍କୁ ପୋଲିସ ଗିରଫ କରିବା ପରେ ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଏ ନେଇ ସୂଚନା ଦେଇଛନ୍ତି ମହିଳା ଥାନା ଅଧିକାରୀ ଅନିତା କୁଜୁର।

Tags: #Koraput #KidnapAndRapecase #MinorGirlRapeCase #PoliceInvestigation

LEAVE A REPLY

Please enter your comment!
Please enter your name here